OdiaNewsToday.In
ନକଲି ଜିରା ପ୍ରତି ସାବଧାନ | ଆପଣ ଖାଉନାହାନ୍ତି ତ ନକଲି ଜିରା | Beware of fake cumin You don't eat fake cumin

ନକଲି ଜିରା ପ୍ରତି ସାବଧାନ | ଆପଣ ଖାଉନାହାନ୍ତି ତ ନକଲି ଜିରା | Beware of fake cumin You don't eat fake cumin



Odia news today: ଆପଣ ମାନେ ଜାଣିଥିବେ ଜିରା ଖାଦ୍ୟ ର ସ୍ଵାଦିଷ୍ଟ ବଢାଇବା ସହିତ ଏହାକୁ ଖାଇଲେ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ | ଏହାକୁ ତରକାରୀ ତିଆରି କରିବା ଠାରୁ ଆରମ୍ଭ କରି ବିଭିର୍ନ ଦେଶୀ ଔଷଧ୍ୟ ତିଆରି କରିବା କାମରେ ଲଗା ଯାଇଥାଏ | ଏବେ ଏକ ରିପୋର୍ଟ ରୁ ଜଣା ପଡିଛି ଏଥିରେ ମଧ୍ୟ ଭେଜାଲ ହେବା ଆରମ୍ଭ ହୋଇଗଲାଣି |

Beware of fake cumin You don't eat fake cumin




ଏବେ କିଛି ଦିନ ପୂର୍ବରୁ ଦିଲ୍ଲୀ ପୋଲିସ ନକଲି ଜିରା ତିଆରି କରୁଥିବା ଗୋଟେ ଫାକ୍ଟ୍ରି କୁ ଧରିବାରେ ସଫଳ ହୋଇଛି | ଏହି ଜିରା ରେ କିଛି ଭିର୍ଣ୍ଣ ପ୍ରକାର ଘାସ ,ପଥର ଗୁଣ୍ଡ ଏବଂ ଗୁଡ ରୁ ବାହାରୁ ଥିବା ସିରା ର ମିଶ୍ରଣ ରେ ପ୍ରସ୍ତୁତି କରା ଯାଉଅଛି |

ପୋଲିସ ଏହି ଫାକ୍ଟ୍ରି ରୁ ଠାରୁ 20 ହଜାର କେଜି ନକଲି ଜିରା ଏବଂ 8 ହଜାର କେଜି କଞ୍ଚା ମାଲ ଠାବ କରିଛି | ଆରୋପିୟ କହିଛି ଏହି ସବୁ ନକଲି ଜିରା ତିଆରି କରିବା ପାଇଁ କିଛି ପରିଶ୍ରମ ଲାଗି ନଥାଏ ଏବଂ ଏହାକୁ ତିଆରି କରିବା ପାଇଁ କେବଳ ତିନୋଟି ଜିନିଷ ର ଆବଶ୍ୟକ ପଡିଥାଏ | ଏହି ସବୁ ଜିରା କୁ ସହଜ ଉପାୟ ରେ କମ ଦାମ ରେ ବିକ୍ରି ହେଇ ପାରୁଛି |

ନକଲି ଜିରା ତିଆରି କରିବା ପାଇଁ ଜଙ୍ଗଲୀ ଘାସ ଯୋଉ ଘାସ ନଦୀର ପଠା ରେ ମିଳି ଯାଇଥାଏ ଏହି ଘାସ ରେ ଜିରା ଭଳିଆ ପତ୍ର ମିଳିଥାଏ ଏହାକୁ ଗୁଡ ର ସିରା ରେ ମିଶା ଯାଇ ଶୁଖାଯାଏ | ଯାହା ଦ୍ଵାରା ଏସବୁ ଜିରା ର ରଂଗ ରେ ପରିବର୍ତନ ହେଇଯାଇଥାଏ ଯାହା ଦ୍ଵାରା ଏହାକୁ ଚିହିଁବା ମୁସକିଲ ହେଇଥାଏ |

କେମିତି ଚିହିଁବେ ଅସଲି ଜିରା ଏବଂ ନକଲି ଜିରା

ଆପଣ ମାନେ ସହଜ ଉପାୟ ରେ ଅସଲି ଏବଂ ନକଲି ଜିରା ଜାଣି ପାରିବେ | ଗୋଟେ ପାତ୍ର ରେ ପାଣି ନିଅନ୍ତୁ ଏବଂ ଏଥିରେ ଜିରା ଢାଳି କି ଛାଡି ଦିଅନ୍ତୁ ଯଦି ଏହା ଟୁକଡା ହେଇଯିବ ତାହାଲେ ନକଲି ଜିରା | ଅସଲି ଜିରା ପାଣିରେ ପକାଇଲେ ଟୁକଡା ହେଇ ନଥାଏ କାରଣ ଏହା ଅସଲି ଜିରା |

0 Response to "ନକଲି ଜିରା ପ୍ରତି ସାବଧାନ | ଆପଣ ଖାଉନାହାନ୍ତି ତ ନକଲି ଜିରା | Beware of fake cumin You don't eat fake cumin"

Post a Comment

Iklan Tengah Artikel 2

f