OdiaNewsToday.In
ତମନ୍ନା ଭାଟିଆ ପାକିସ୍ତାନ କ୍ରିକେଟର ସହିତ ବିବାହ ବଂଧନ ଖବର ସତ୍ୟତା ବିଷୟରେ ତମନ୍ନା କଣ କହୁଛନ୍ତି |

ତମନ୍ନା ଭାଟିଆ ପାକିସ୍ତାନ କ୍ରିକେଟର ସହିତ ବିବାହ ବଂଧନ ଖବର ସତ୍ୟତା ବିଷୟରେ ତମନ୍ନା କଣ କହୁଛନ୍ତି |

ବଲିଉଡ ,ତାମିଲ  ଏବଂ ତେଲୁଗୁ ଇଣ୍ଡଷ୍ଟ୍ରି ରେ ଧମାଲ କରିଥିବା ନାୟିକା ତମନ୍ନା ଭାଟିଆ ସୋସିଆଲ ମେଡିଆ ରେ ଅଧିକ ଆକ୍ଟିଭ ନ ଥାଇ ମଧ୍ୟ ତାଂକ ବିଷୟରେ ଏବେ ସୋସିଆଲ ମେଡିଆ ରେ ବହୁତ ଚର୍ଚା ହେଉଛି |



କୁହା ଯାଉଛି ତମନ୍ନା ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ସିଏ ବି ପାକିସ୍ତାନ କ୍ରିକେଟର ସହିତ | ଏହି ଖବର ସୋସିଆଲ ମେଡିଆ ରେ ବହୁତ ଭାଇରଲ ହେଉଛି | ତା ସହିତ ଗୋଟେ ଫୋଟୋ ଭାଇରଲ ହେଉଛି ଯୋଉଥିରେ ତମନ୍ନା ଏବଂ ପାକିସ୍ତାନ କ୍ରିକେଟର ଅବଦୁଲ ରଜାକ ଗୋଟେ ଜୁଏଲାରୀ ଦୋକାନ ରେ ସପିଙ୍ଗ କରୁଥିବା ନଜର ଆସୁଛନ୍ତି |

ଯେତେ ବେଳେ ତମନ୍ନା ଏ ଜାଣି ବାକୁ ପାଇଥିଲେ ତାଂକର ବିବାହ ଖବର ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି | ଯାହା ଫଳରେ ତମନ୍ନା ସାମ୍ନା କୁ ଆସିକି ସବୁ ସତ କଥା କହିବାକୁ ବାଧ୍ୟ ହେଇଛନ୍ତି | ସିଏ କହିବା କଥା ଏବେ ଯୋଉ ଫୋଟୋ ଭାଇରଲ ହେଉଛି ସିଏ ସେଇ ଫୋଟୋ 2007 ରେ ଦୁବାଇ ରେ ଗୋଟେ ଜୁଏଲାରୀ ଦୋକାନ ଉଦଘାଟନ ହେବା ସମୟ ର ଦୃଶ୍ୟ | ସିଏ ସେଠାକୁ ଦୋକାନ ଓପନିଂ କରିବା ପାଇଁ ନିମନ୍ତ୍ରଣ ରେ ଯାଇଥିଲେ | ସେହି ସମୟ ରେ ମଧ୍ୟ ଏମିତି କଥା ଉଠିଥିଲା |



ତମନ୍ନା ଭାଟିଆ ଗୋଟେ ସାକ୍ଷାତକାର ରେ କହିଛନ୍ତି ମୁଁ ପ୍ୟାର କୁ ପସନ୍ଦ କରୁଛି କିନ୍ତୁ ଏଭଳି ମିଛ ଖବର ଭାଇରଲ ମୁଁ ପସନ୍ଦ କରେ ନାହିଁ ଯିଏକି ମୋର ପ୍ରଶନାଲ ଲାଇଫ ରେ |

ତମନ୍ନା ଭାଟିଆ ବାହୁବଳୀ ଫିଲ୍ମ ରେ ବହୁତ ଅଧିକ ଲୋକପ୍ରିୟ ହାସିଲ କରିଥିଲେ | 2005 ରେ ସିଏ ବଲିଉଡ ରେ ଡେବ୍ୟୁ କରିଥିଲେ କିନ୍ତୁ ସିଏ ସାଉଥ ଫିଲ୍ମ ରେ ଅଧିକ କାମ କରୁଛନ୍ତି ଏବଂ ସେଠାରେ ସିଏ ମଧ୍ୟ ଅଧିକ ନାମ କମେଇ ଛନ୍ତି | ତମନ୍ନା ବହୁତ ବଡ ଷ୍ଟାର ସହିତ କାମ କରିଛନ୍ତି ଯିଏ କି ଅକ୍ଷୟ କୁମାର ,ଅଜୟ ଦେବଗନ ,ପ୍ରଭୁ ଦେବ ସହିତ ମଧ୍ୟ କାମ କରିଛନ୍ତି |

0 Response to "ତମନ୍ନା ଭାଟିଆ ପାକିସ୍ତାନ କ୍ରିକେଟର ସହିତ ବିବାହ ବଂଧନ ଖବର ସତ୍ୟତା ବିଷୟରେ ତମନ୍ନା କଣ କହୁଛନ୍ତି |"

Post a Comment

Iklan Tengah Artikel 2

f